କୋରାପୁଟ ଜିଲ୍ଲାର ସେମିଳିଗୁଡା ସହର ସଂସ୍କୃତି ମଣ୍ଡପରେ ସେମିଳିଗୁଡା ପ୍ରେସ କ୍ଳବର ରଜତ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଆଜି ରାତି ୧୦ ଟା ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ବନଖଣ୍ଡ ଅଧିକାରୀ ଭି ଭାସ୍କର ରାଓ, ସୁନାବେଡ଼ା ମୁନସିପାଲଟି ଚେୟାରମେନ ଉପସ୍ଥିତ ଥିଲେ।