ବାରମ୍ବାର ଆନ୍ଦୋଳନ ପରେ ଦେବଗଡ ପୁରୁଣା ଡାକ୍ତରଖାନାକୁ ଅର୍ବାନ ପିଏଚସି କରାଯାଇ ଡିସେମ୍ବର ୨୨ ତାରିଖରୁ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନୁର୍ଜୟ ମହନ୍ତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୬ ଟାରେ ଜିଲ୍ଲା ପାଠାଗାରରେ ଏନେଇ ଏକ ସମ୍ବାଦୀକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।