ଓଡ଼ିଶା ପୋଲିସ ର ନିର୍ଦ୍ଦେଶ କ୍ରମେ ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ଠକେଇ କୁ ଏଡ଼ାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୭ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ରାଉରକେଲା ପୋଲିସ୍ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ପୋଲିସ୍ ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଏନେଇ ସଚେତନତା କରିଛନ୍ତି।