ବଲାଙ୍ଗୀର: ନେହେରୁ ନଗର ଠାରେ ରାମାୟଣ ପରାୟଣରେ ଯୋଗଦେଲେ ପୌରାଧକ୍ଷା ଲିକା ସାହୁ ଓ ବ୍ଲକ ଅଧ୍ୟକ୍ଷା ସରିତା ବାଗ
ଆଜି ଅପରାହ୍ନ ୪ଟା ସମୟ ରେ ବଲାଙ୍ଗିର ୱାର୍ଡ ନମ୍ବର ୨୧ ନେହେରୁ ନଗର ଠାରେ ରାମାୟଣ ପରାୟଣ ଅନୁଷ୍ଠିତ ହେଲା। ଏହି ଅବସରରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗଦାନ କରି ସ୍ଥାନୀୟ ଲୋକଙ୍କ ସହ ଧାର୍ମିକ ଆଚାର-ବିଚାରରେ ଅଂଶଗ୍ରହଣ କଲେ। ଦୁଇଜଣେ ନେତ୍ରୀ ଆଶୀର୍ବାଦ ଭିକ୍ଷା କରି ସମସ୍ତ ବଲାଙ୍ଗୀର ବାସିଙ୍କ ସୁଖ-ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଓ ନଗରବାସୀ ଉପସ୍ଥିତ ଥିଲେ।