ସମ୍ବଲପୁର ଧନୁପାଲି ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ଜଣେ ଗିରଫ l ମିଳିଥିବା ସୂଚନା ଅନୁସାରେ ଆଜି ଏମଡି ସାହିଲ ନାମକ ଜଣେ ଯୁବକ ଡ଼ିଅରପାର୍କ ଅଞ୍ଚଳରେ ବ୍ରାଉନ ସୁଗର କାରବାର କରୁଥିବା ପୋଲିସ ନିକଟରେ ଖବର ପହଞ୍ଚିଥିଲା l ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସାହିଲ କୁ କାବୁ କରିଥିଲା l ସାହିଲ ନିକଟରୁ ପୋଲିସ 30 ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା l ସାହିଲ ଏହି ବ୍ରାଉନ ସୁଗର କଲିକତା ରୁ ଆଣିଥିବା ପୋଲିସ ଆଗରେ ସ୍ୱୀକାର କରିଛି l ପୋଲିସ ଆଜି ସାହିଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବ୍ରାଉନ ସୁଗର ର ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି l