ପୋଲିସ ପକ୍ଷରୁ ଦାମନଯୋଡି ଠାରେ ସାଇବର ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି। ଦାମନଯୋଡି ଥାନା ପରିସରରୁ ରଥ ବାହାରି ସାଇବର ଅପରାଧ ଉପରେ ଅଞ୍ଚଳରେ ଲୋକଙ୍କୁ ସଚେତନ କରିଥିଲା। ସେହିଭଳି ଦାମନଯୋଡି ମାଲୁ ସାଉଁନ୍ତା ହାଇ ସ୍କୁଲ, ବସଷ୍ଟାଣ୍ଡ ସହ ନାଲକୋ ଅଡିଟୋରିୟମରେ ସାଇବର ସଚେତନତା ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦାମନଯୋଡି ଥାନା ଅଧିକାରୀ ପ୍ରମିଳା ବିଡିକା ସହ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।