ପାଟଣା: ଶୁକ୍ରାସାହିରେ ଫାଇନାନ୍ସ କର୍ମଚାରୀ ଙ୍କୁ ଗାଡି ଚଢାଇ ହତ୍ୟା ଘଟଣା,ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ନୟାକୋଟ ପୋଲିସ
ସୁକ୍ରାସାହି ରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଙ୍କୁ ଋଣ ଟଙ୍କା ପରିଶୋଦ ପାଇଁ କହିବାରୁ ବଲେରୋ ଚଢାଇ ମାରିଦେବା ଘଟଣା, ଗତକାଲି ଘଟଣା ସ୍ଥଳରେ ସାଇଣ୍ଟେଫିକ୍ ଟିମ୍, ଓ ଆଡିସନାଲ୍ ଏସ୍ ପି ପହଂଚି ତନା ଘାନା ଚଳାଇଥିବା ବେଳେ, ରାମସିଂ ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ଆଜି ଦିନ ୨ ଟା ସମୟରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।