କଟକ ପୌରାଞ୍ଚଳ: ଚାଉଳିଆଗଞ୍ଜରେ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କଟକ ସାଂସଦ, ଯୋଗ ଦେଲେ ବିଧାୟକ ଓ ଜିଲ୍ଲାପାଳ
ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ କଟକ ଚାଉଳିଆଗଞ୍ଜ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭାରମ୍ଭ କରାଯାଇଛି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ କରକମଳରେ ଏହାର ଶୁଭାରମ୍ଭ କରାଯାଇଛି। କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଓ ସିଏମସି କମିଶନର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୁଧବାର ସନ୍ଧ୍ୟା ୫ ଟା ସମୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।