ଗତ ଦୁଇ ଦିନ ଧରି ଥୁଆମୁଳ ରାମପୁର ଖଣ୍ଡୁଆଳ ପଡିଆ ଠାରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୬ ବୁଧବାର ସଂଧ୍ୟାରେ ଉଦଯାପିତ ହେଇଯାଇଛି । ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ସାଂସ୍କୃତିକ ଦଳ ସମେତ ୧୦ ଗୋଟି ନୃତ୍ୟ ଦଳ ଯୋଗ ଦେଇ ନୃତ୍ୟ ଏବଂ ଗୀତ ପରିବେଷଣ କରିଥିଲେ । ସଂଧ୍ୟା ୭ଟା ବେଳେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମନ୍ବିତ ଆଦିବାସୀ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ ସତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ସନାତନ ମହାରଣା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।