ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଧୂଲୁଣ୍ଡା ସାଇପାଟ ପଡିଆ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୧ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଚାରପାଲି ଏବଂ ପିଥିଣ୍ଡା ପଂଚାୟତ ବାସିନ୍ଦା ଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମ ର ମହାନତା ବିଷୟରେ ଆଲୋକପାତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଚାରପାଲି ଓ ପିଥିଣ୍ଡା ପଂଚାୟତ ର ଶତାଧିକ ମହିଳା ପୁରୁଷ, ଯୁବକ ଯୁବତୀ ଉପସ୍ଥିତ ଥିଲେ l