ବୌଦ୍ଧ ସଦର: ତିଲପଙ୍ଗା ଗ୍ରାମରେ ନୂତନ ସାପ୍ତାହିକ ବଜାର ଉଦଘାଟନ କଲେ କଣ୍ଟାମାଳ ବିଧାୟକ
ବୌଦ୍ଧ ବ୍ଳକ୍ ଉପାନ୍ତ ଅଞ୍ଚଳରେ ଥିବା ଗୁନ୍ଦୁଲିଆ ପଞ୍ଚାଯତ ଅନ୍ତର୍ଗତ ତିଲପଙ୍ଗା କୁରେହୀପଡ଼ା ଗ୍ରାମରେ ଗୁରୁବାର ନୂତନ ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଗୁନ୍ଦୁଳିଆ ସରପଞ୍ଚ ଧବଳେଶ୍ଵର ସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ସାପ୍ତାହିକ ବଜାର ର ଫିତା କାଟି ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ l