ବଡଚଣା: ବଡ଼ଘୁମୁରି ପଂଚାୟତରେ ଥିବା ମାଉସୀ ମା ମନ୍ଦିରକୁ ହେରାପଞ୍ଚମୀ ଅବସରରେ ପହଞ୍ଚିଲେ ସାଂସଦ ଓ ବିଧାୟକ
ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତରେ ଥିବା ମାଉସୀ ମା ମନ୍ଦିରକୁ ପବିତ୍ର ହେରାପଞ୍ଚମୀ ଅବସରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ ଏବଂ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ମଙ୍ଗଳବାର 4ଟା 15ରେ ପହଞ୍ଚି ତିନି ଦେବତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ସହିତ ସେମାନେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ତ୍ୱରିତ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ପରେ ସେହି ଗ୍ରାମରେ ବିଧାୟକ ଓ ସାଂସଦ, ସ୍ଥାନୀୟ ଲୋକେ ମିଶି ବୃକ୍ଷ ରୋପଣ କରିଥିଲେ l