କଣ୍ଟାମାଳ: ଦମାମୁଣ୍ଡା ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ଯୋଗ ଏବଂ ଦୌଡ କୁଦ ପ୍ରତିଯୋଗୀତା ଉଦଯାପିତ, ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ
ଶନିବାର ଦିନ କଣ୍ଟାମାଳ ବ୍ଲକ ଦମା ମୁଣ୍ଡା ହାଇସ୍କୁଲ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ଯୋଗ ଏବଂ ଦୌଡ କୁଦ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଯୋଗ ଦେଇଥିଲେ |