ବରଗଡ: କଲରା ଚାଷ ନଷ୍ଟ କରି ଦେଇଥିବା ଘଟଣାକୁ ନେଇ କ୍ଷତି ପୂରଣ ପାଇଁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା
କଲରା ଚାଷକୁ ଦୁର୍ବୁତ୍ତ ନଷ୍ଟ କରିଦେଇଥିବା ଘଟଣାରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କଲେ ସଂଯୁକ୍ତ କୃଷକ ସଂଗଠନର ସଦସ୍ୟ |ସୋମବାର ଅପରାହ୍ନ 2 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ରମେଶ ମହାପାତ୍ର |ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଭୋଇଟିକ୍ରା ଗ୍ରାମରେ ଭାଗିରଥୀ ଭୋଇଙ୍କ ଅଧା ଏକର କଲରା କିଆରୀକୁ କେହି ଦୁର୍ବୃତ୍ତ ନଷ୍ଟ କରି ଦେଇଛନ୍ତି ।କିଆରୀରେ ଥିବା ସମସ୍ତ କଲରା ଲତାକୁ ସମ୍ପୂର୍ଣ୍ଣ ଉଫାଡି ଦେଇଥିବା ବେଳେ ଏନେଇ ଥାନାରେ ଏତଲା ଦେଇଥିଲେ ଚାଷୀ ।