ରାଜ୍ୟର ୩ ଜଣିଆ କାୟାକଳ୍ପ ନିରୀକ୍ଷଣ ଟିମ ସୋମବାର ଅପରାହ୍ନରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଏହାର ଭିତ୍ତିଭୁମିର ତଦାରଖ କରିଛନ୍ତି। ଏହା ସହ ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ। କର୍ମଚାରୀ ଙ୍କ ଅଭିଜ୍ଞତା ଏବଂ କାର୍ଯ୍ୟ ଶୈଳ କୁ ପରଖିଥିଲେ।ପରିଷ୍କାର ପରିଚ୍ଛନ୍ନତା, ଓଟି, ଲେବର ରୁମ, ଆଉଟ ଡୋର, ଇନ ଡୋର, କାଜ୍ୟୁଲଟି ରେ ରୋଗୀଙ୍କୁ ଉଚିତ୍ ସେବା ପ୍ରଦାନ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି ।