ନନ୍ଦପୁର ପୁଲିସ୍ କୁ ବଡ଼ ସଫଳତା l ସର୍ବତୀ ଘାଟି ରେ ଜେସିବି ଚାଳକ କୁ ମରଣାନ୍ତକ ଆକ୍ରମଣ ପରେ ଲୁଟ ଘଟଣା ରେ ଦୁଇ ଜଣ ଙ୍କୁ ଗିରଫ କରିବା ରେ ସଫଳ ହୋଇଛି ନନ୍ଦପୁର ପୁଲିସ୍ l ଏହି ମାମଲା ରେ ଅନ୍ୟ ଜଣେ ସହଯୋଗୀ ଫେରାର ରହିଥିବା ବେଳେ ଗିରଫ ମଧ୍ୟ ରେ ଜଣେ ନାବାଳକ ରହିଥିବା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ନନ୍ଦପୁର ଠାରେ ଅପରାହ୍ନ ୪ଟା ସମୟରେ ପ୍ରେସ ମିଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।