ରାଉରକେଲା ମ୍ୟୁନିସିପାଲଟି: ଡକାୟତି ଯୋଜନା କରୁଥିବା ବେଳେ ରାଉରକେଲା ବିଶ୍ରା ରୋଡ଼ ନିକଟରୁ ୩ଗିରଫ, ମାରଣାସ୍ତ୍ର ଜବତ
ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ତିନି ଜଣ ଦୁବୃର୍ତ୍ତ ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ଖଣ୍ଡା , ଭୁଜାଲି ଆଦି ମାରଣାସ୍ତ୍ର ଜବତ କରା ଯାଇଛି। ଚଢାଉ ବେଳେ ଅନ୍ୟ ଦୁଇ ଦୁବୃର୍ତ୍ତ ଫେରାର ହୋଇ ଯାଇଛନ୍ତି।ସୋମବାର ପୂର୍ବାହ୍ନରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।