ପୋଲସରା: ବେଲଗାଁ ପଡିଆ ରେ ସ୍ବର୍ଗତ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ପୋଲସରା ସହର ଉପକଣ୍ଠ ବେଲଗାଁ ପଡିଆ ଠାରେ ସ୍ବର୍ଗତ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ସ୍ମୃତି ଚାରଣ ସଭା ତଥା ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ନିରଞ୍ଜନ ପ୍ରଧାନ ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ ସେବାକୁ ବ୍ରତ କରି ସେ ନିଜ କାର୍ଯ୍ୟ ତୁଲାଇ ଆସିଥିଲେ l ତାଙ୍କ କାର୍ଯ୍ୟ ଶୈଳୀ କୁ ମନେପକାଇ ଆଜି ସ୍ବର୍ଗତ ନିରଞ୍ଜନ ପ୍ରଧାନ ଙ୍କ ପୁତ୍ର ଦୀପକ ପ୍ରଧାନ ଙ୍କ ନେତୃତ୍ୱରେ ଏକ ସ୍ମୃତି ସଭା ସହ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ ହୋଇଥିଲା ।