ଢେଙ୍କାନାଳ ସଦର: କୁଞ୍ଜକାନ୍ତ ପୁଷ୍କରିଣୀ ଚତୁପାର୍ଶ୍ଵରେ ବୃକ୍ଷରୋପଣ କଲେ ମନ୍ତ୍ରୀ
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଢେଙ୍କାନାଳ ନଗର ବଜେପି ଦ୍ୱାରା ଆୟୋଜିତ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅବସରରେ ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ ନଂ-୩ ସ୍ଥିତ କୁଞ୍ଜକାନ୍ତ ପୁଷ୍କରିଣୀ ଚତୁପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଭିଯାନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାମିଲ ହୋଇ ଚାରା ରୋପଣ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ବନଖଣ୍ଡ ଉପସ୍ଥିତ ଥିଲେ।