ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ର ଆକାଉଣ୍ଟାଣ୍ଟ ଙ୍କ ମୃତ୍ୟୁ ରେ ଶୋକ ସଭା।ଯୋଗଦେଲେ ବିଡିଓ।
ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ଆକାଉଣ୍ଟାଣ୍ଟ ଲଛମନ ଜାନୀ ଙ୍କ ଗତକାଲି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶ୍ରୀଜାନୀ ଭବାନୀପାଟଣା ଠାରେ ରହୁଥିଲେ। କେସିଙ୍ଗା ବ୍ଲକ ଅନ୍ତର୍ଗତ ନାସି ଗାଁ କୁ ନିଜ ସମ୍ପର୍କିୟ ଙ୍କ ଏକୋଇଶିଆ ଉତ୍ସବ ରେ ଯୋଗ ଦେଇଥିଲେ।ଏହି ସମୟରେ ନିଜ ର ବଗିଚା ରେ ବୁଲୁ ଥିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।ଏହାର ଖବର ପାଇ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟ ଠାରେ ଶ୍ରୀଯାନୀ ଙ୍କ ଅମର ଆତ୍ମା ର ଶଦଗତି ନିମନ୍ତେ ଆଜି ସୋମବାର ପୂର୍ବାହ୍ନ ଏଗାରଟା ଘଣ୍ଟା ସମୟରେ ଶୋକସଭା ଅନୁଷ୍ଠିତ କରାଯାଇଥିଲା।