ଆଜି ଜାନୁଆରୀ 15 ତାରିଖ ଗୁରୁବାର ଅପରାହ୍ନ 4:45 ପାଖାପାଖି ସମୟରେ ଏହି ଦଙ୍ଗା କାରୀ ମାନେ ରିଜେଣ୍ଟ ମାର୍କେଟ ଘଟଣାକୁ କେନ୍ଦ୍ର କରି ଏହି ହିଂସ୍ର କାମ କରିଛନ୍ତି। ଚିକେନ ଓ ମର୍ଟିନ ପାର୍ଲର ମଧ୍ୟକୁ ପଶି ଭଙ୍ଗା ରୁଜା କରିବା ସହ କୁକୁଡ଼ା ଓ ଛେଳି ମାଂସ ଫିଙ୍ଗି ଛନ୍ତି। ଏହା ସହ ରାସ୍ତା କଡ଼ରେ ଠିଆ ହୋଇଥିବା କେତେକ ଦୁଇ ଚକିଆ ଯାନ, ଚାରି ଚାକିଆ ଯାନ ସବୁ ଭାଙ୍ଗି ଚୁର ମାର କରିବା ସହ ଗୋଟିଏ ଚାରିଚକିଆ ଯାନକୁ ଜାଳି ଦେଇଛନ୍ତି। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା ବେଳେ ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସଦର ଏସ ଡି ପି ଓ