ବାମରା ବ୍ଲକ ଅନ୍ତର୍ଗତ ନୁନିଆମୁଣ୍ଡା ନିକଟ ୟୁକାଲିପୋଟାସ ନର୍ସରୀ ରେ ଭୟାବହ ନିଆଁ ଲାଗିଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ଦିନ ନୁନିଆମୁଣ୍ଡା ନିକଟ ୟୁକାଲିପୋଟାସ ନର୍ସରୀ ରେ ଭୟାବହ ନିଆଁ ଲାଗିଥିଲା। କେହି ଦୃର୍ବୁତ୍ତ ନିଆଁ ଲାଗିଥିବା ବେଳେ ଏଥି ଦ୍ଵାରା ବାୟୁ ପ୍ରଦୂଷଣ ସହ ୟୁକାଲି ପୋଟାସ ଗଛ ପୋଡ଼ି ଯାଇଥିଲା। ଏନେଇ ସୂଚନା ପାଇ ବାମରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସନ୍ଧ୍ୟା ପ୍ରାୟ ୬ ଟାରେ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି।