ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରଙ୍ଗମାଟିଆ ରେଲୱେ ଷ୍ଟେସନରେ ଖଣ୍ଡା ଦେଖାଇ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ଅଭିଯୁକ୍ତକୁ ବାନ୍ଧିଲା ମଞ୍ଚେଶ୍ୱର ପୋଲିସ
ମଞ୍ଚେଶ୍ଵର ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ, ଅଭିଯୁକ୍ତ ଦୀପୁ ଓରଫ୍ ଦୀପକ୍ ପରିଡ଼ା ରଙ୍ଗମାଟିଆ ରେଲୱେ ଷ୍ଟେସନ୍ ଛକ ନିକଟରେ ଏକ ଖଣ୍ଡା ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଧମକଚମକ ଦେଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ତାଙ୍କ ହେପାଜତରୁ ଏକ ଖଣ୍ଡା ଜବତ ହୋଇଛି |