ରିଆମାଳ ବ୍ଲକ ସେଣ୍ଢା ପିଏମ୍ଶ୍ରୀ ବହୁମୁଖୀ ସଂଯୁକ୍ତ ସରକାରୀ ବିଦ୍ୟାପୀଠରେ ଆଜି ସନ୍ଧ୍ୟା ପ୍ରାୟ ୫ ପର୍ଯ୍ୟନ୍ତ ବାର୍ଷିକ ମହୋତ୍ସବ ତଥା ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା କ୍ଷେତ୍ରରେ ସଶକ୍ତ ଓ ସମୃଦ୍ଧ କରିବାର ପ୍ରୟାସକୁ ନେଇ ସରକାରଙ୍କ ଭିଜନ-୨୦୩୬ ଲକ୍ଷ୍ୟ ରହିଥିବା ବେଳେ ଏହାକୁ ସାକାର କରିବା ଉକ୍ତ ଉତ୍ସବର ମୂଳ ଲକ୍ଷ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନେ ଆତ୍ମନିର୍ଭରଶୀଳ ହୋଇ ଭବିଷ୍ୟତରେ ବିକଶିତ ଗାଁ ବିକଶିତ ଓଡିଶା ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।