ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ କୋରାପୁଟ ସହର...ଆଜି ଦିନ ଏକ ଘଣ୍ଟା ସମୟରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ପାଇଁ କୋରାପୁଟ ଠାରୁ ରାୟଗଡ଼ା ଯିବାକୁ ଥିବା ବସର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ପତାକା ଦେଖାଇ ବସ ଯାତ୍ରା ଆରମ୍ଭ କରିଥିଲେ I ଏହା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ତୀର୍ଥ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା କାମନା କରିବା ସହ ସେମାନଙ୍କୁ ତୀର୍ଥ ଯାତ୍ରାପାଇଁ ଉତ୍ସାହିତ କରିଥିଲେ। ଏହି ଯାତ୍ରାରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକାରୁ ୧୬୮ ଜଣ ବରିଷ୍ଠ ନ