ମାଣବସା ଶେଷ ଗୁରୁବାର ଅବସରରେ ଢେଙ୍କାନାଳ ସଦର ବ୍ଳକ ଭାପୁର ଗ୍ରାମରେ ଆରମ୍ଭ ହୋଇଛି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଭାପୁରର ୧୫ଟି ମଣ୍ଡପରେ ମା'ଙ୍କର ମୁଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି। ଏହି ପୂଜା ସପ୍ତାହେ ବ୍ୟାପୀ ଚାଲିବ। ଏଥିପାଇଁ ଭାପୁର ଗ୍ରାମ ଉତ୍ସବ ମୁଖର ହୋଇଉଠିଛି। ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା,ମେଢ଼,ସୁନ୍ଦର ମୂର୍ତ୍ତୀ ସାଙ୍ଗକୁ ମାଙ୍କର ନୀତିକାନ୍ତିର ସହିତ ପୂଜାପାଠ,ହୋମଯଜ୍ଞ ଆଦି ଚାଲୁ ରହିଛି। ବିଭିନ୍ନ ସାହିର ପୂଜା କମିଟି ପକ୍ଷରୁ ସୁନ୍ଦର ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜା ଅତି ମନଲୋଭା ଓ ଆକର୍ଷଣୟ ହୋଇପାରିଛି। ଏହି ପୂଜା ଆସନ୍ତା ମଙ୍ଗଳବାର ଦିନ