ରିଆମାଳ ବନାଂଚଳ ରାମପାଲି ଗ୍ରାମ ନିକଟରେ ୧୩ ଟିକିଆ ହାତୀପଲ ଆଜି ଉପଦ୍ରବ କରୁଥିବା ଜଣାପଡିଛି । ଉକ୍ତ ହାତୀ ପଲରେ ୨ ଟି ଦନ୍ତା ହାତୀ, ୯ ଟି ମାଈ ହାତୀ ଏବଂ ୨ ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବା ଜଣାପଡିଛି । ବନବିଭାଗ କର୍ମଚାରୀ ଉକ୍ତ ଅଂଚଳରେ ପଇଁତରା ମାରିବା ସହିତ ହାତୀ ଯେଭଳି ଜନବସତୀ ମୁହାଁ ନହେବେ ଏବଂ ହାତୀ ଘଉଡାଇ ଦିଆଯାଇ ପାରିବ ସେନେଇ ପଦକ୍ଷେପ ନିଆଯାଉଥିବା ମଙ୍ଗଳବାର ରାତି ୧୦ ଟାରେ ରିଆମାଳ ରେଞ୍ଜର ସୂଚନା ଦେଇଛନ୍ତି ।