କାର୍ତ୍ତିକ ମାସର ଶେଷ ଦିନ ତଥା କାର୍ତ୍ତିକ ପୁର୍ଣିମା ଦିନ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଥାନ୍ତି । ପୂର୍ବରୁ ଆଜି ଦିନରେ ସାଧବ ପୁଅ ମାନେ ବଣିଜ କରିବା ନିମନ୍ତେ ଡଙ୍ଗା ଯୋଗେ ଯାଇଥାନ୍ତି। ଯାହା ଆମ ରାଜ୍ୟ ପାଇଁ ଗୌରବ କଥା। ଏହି ପରମ୍ପରା ଏବଂ ସସ୍କୃତି କୁ ବଜାୟ ରଖିଛନ୍ତି ଓଡିଶା ବାସୀ। ଆ, କା, ମା, ବୈ ପାନ ଗୁଆ ଥୋଇ ଆ, କା, ମା, ବୈ ପାନ ଗୁଆ ତୋର ମାସିକ ଧର୍ମ ମୋର କହି ଡଙ୍ଗା ଭସାଇ ଥାନ୍ତି ଶ୍ରଦ୍ଧାଳୁ । ଆଜି ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର ଠାରେ ଆମ ଅନୁଗୋଳ ଆମ ଗୌରବ ତଥା ମଗଧ ଯୁବ ବିକାଶ ସମିତି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ବୋଇତ