ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଂଚାୟତ ଟୁସୁଳା ଗ୍ରାମ ଖେଳ ପଡିଆ ଠାରେ ଦୋଳଗୋବିନ୍ଦ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ୱିଦିବସୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବିକ୍ରାନ୍ତ ଏଫ୍ସିକୁ ପରାସ୍ତ କରି ରାଜ ଇଲେଭେନ ଦଳ ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ତନ୍ମୟ କିସାନ, ରାଜକୁମାର ମଣ୍ଡଳ, ଟୁକୁନା ଗଡତିଆ, ସାଗର ନାଏକ ଓ ସୁଜିତ ବାରିକ ପରିଚାଳନା କରିଥିଲେ ।