ଢେଙ୍କାନାଳ ସଦର: କାକୁଡିଭାଗ କ୍ଲଷ୍ଟରର ବିଭିନ୍ନ ଗ୍ରାମରେ ଆସ ସ୍କୁଲ୍ ଯିବା କମିଟି’ର ପଦଯାତ୍ରା
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ କ୍ଲଷ୍ଟର ଅଧିନ ସମସ୍ତ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କମିଟି ତରଫରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଇଓ ଦିବ୍ୟ ପ୍ରକାଶ ପ୍ରଧାନ ଓ ବିଆର୍ସିସି ଦେବବ୍ରତ ନାଥଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାକୁଡିଭାଗ କ୍ଲଷ୍ଟରର ୭ଟି ପ୍ରାଥମିକ ବିଦ୍ୟାଳୟ, ୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨ଟି ଉଚ୍ଚ ବିଦ୍ୟାଳୟରେ ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ପଦଯାତ୍ରାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟି ସଭ୍ୟସଭ୍ୟା, ସମାଜସେବୀ, ଆଶା କର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ଯୋଗ ଦେଇଥିଲେ ।