ସଞ୍ଚୟ ଏବଂ ଆର୍ଥିକ ସେବା, ସମ୍ବଲପୁର ବିଭାଗ ଆନୁକୁଲ୍ଯରେ ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ର ବିଶ୍ଵ ମିତବ୍ୟୟିତା ଦିବସ, ମିତବ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ ବିଷୟ ଉପରେ ଆଧାରିତ ଥିଲା।ଏହି କାର୍ଯ୍ୟକ୍ରମ ରେ ସଞ୍ଚୟ ଓ ଆର୍ଥିକ ସଚେତନତାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା।ସମ୍ବଲପୁର ର ପୋଷ୍ଟାଲ ସେବାର ସହାୟକ ନିର୍ଦ୍ଦେଶକ ଶ୍ରୀ ବି. ମହେଶ୍ୱର ରାଓ ପୋଷ୍ଟାଲ ସେଭିଂସ ସ୍କିମ୍ ଏବଂ ସେଭିଂସ ହବ ବିଷୟରେ ଆଲୋଚନା କରିଥିଲେ । ସାଇବର ଅପରାଧ ଓ ସେଥିରୁ କିପରି ରକ୍ଷା ପା