ଲାଞ୍ଜିଗଡ: ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ସ୍ବାସ୍ଥ୍ୟ ଶିବିର ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ବୁଧବାର ପୂର୍ବାହ୍ନ ୧୦ଘଣ୍ଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଶିବିରରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ା. ଲିଲି ରାଉତ, ଶିଶୁ ରୋଗ ବିଶେଷଜ୍ଞ ଡ଼ା. ଶିବ ପ୍ରସାଦ ଆଚାର୍ଯ୍ୟ, ଅସ୍ଥିସଲ୍ୟ ଚିକିତ୍ସକ ଡ଼ା. ଅରୁଣ ଗିରି,ଦାନ୍ତରୋଗ ବିଶେଷଜ୍ଞ ଡ଼ା. ସୌରଭ ମିଶ୍ର ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।