ମକର ସଂକ୍ରାନ୍ତୀ କଲମପୁର ବ୍ଲକ ଅଧିନସ୍ଥ ବେଲପଡାର ତାରିଣୀ ମନ୍ଦିରର ପ୍ରତିଷ୍ଠ ଦିବସ । ତେଣୁ ଏହି ଦେବୀଙ୍କ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଛି । ଏଥିପାଇଁ ଆଜି ମଙ୍ଗଳବାର ଅପରାହ୍ଣ ୫ଟା ବେଳେ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅଷ୍ଟ ପ୍ରହରୀ ନାମ ଯଜ୍ଞର ମୁଖ୍ୟ ପୂଜକ ଫକୀର ମୋହନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି ।