ଟିଟିଲାଗଡ: ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସ୍ଵତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଧବାର ଦିନ ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନାଙ୍କ ତତ୍ବାବଧାନରେ ୧୪ ଟି ବିଦ୍ୟାଳୟରେ ସ୍ଵତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ ଓ ଶ୍ରୀ କୋଦଣ୍ଡ ଭୋଇ ପ୍ରତ୍ୟେକ ବିଦ୍ୟାଳୟକୁ ଯାଇ ଚାରାରୋପଣ କରିଥିଲେ l ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ସହ ଶିକ୍ଷକ /ଶିକ୍ଷୟିତ୍ରୀ, ଛାତ୍ର/ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l