କୁଚିଣ୍ଡା: ଟାଇଁସର ଠାରେ ଚାଲିଥିବା ମା କରମସାନି ପୂଜା ଉଦଯାପିତ
ଟାଇଁସର ଠାରେ ଚାଲିଥିବା ମା କରମସାନି ପୂଜା ସୋମବାର ରାତି ୯ ଟା ସମୟରେ ଉଦଯାପିତ ହୋଇଯାଇଛି। ପଶ୍ଚିମ ଓଡିଶାର ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଏହି ପ୍ରମୁଖ ପର୍ବ ପାଳନ କରା ଯାଉଥିବା ବେଳେ ଏଥିରେ ଶ୍ରଦ୍ଧାର ସହିତ ପ୍ରକୃତି ପୂଜା, ମାଟି ମା ଓ ବୃକ୍ଷ ଉପାସନା ହୋଇଥାଏ। କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ଫସଲ ଭଲ ହେବା ସହ ଧନ, ଜନ, ଲକ୍ଷ୍ମୀ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟାଇଁସର ଗ୍ରାମ ରେ ଉକ୍ତ ପୂଜା ଆୟୋଜିତ ହୋଇଥିବା ବେଳେ ଏଥିରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ।