ଛତ୍ରପୁର: ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୂଳରୁ ବାସନ୍ଦ ଘଟଣା, ଛତ୍ରପୁର ଥାନାରେ ବୈଠକରେ ସମାଧାନ
କୁଳରେ ସାମିଲ ହେଲେ ବାସନ୍ଦ ଅତିରିକ୍ତ ତହସିଲଦାର। ବହୁ ବାଦବିବାଦ ପରେ କୈବର୍ତ୍ତ କୁଳ ସମାଜ ମୁଣ୍ଡ ନୁହାଁଇଛି। ଗଂଜାମଜିଲ୍ଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳରେ ସାମିଲ କରିବାକୁ ସମାଜର କର୍ମକର୍ତ୍ତାମାନେ ରାଜି ହୋଇଛନ୍ତି। ଶନିବାର ଛତ୍ରପୁର ଥାନାରେ ପୁଲିସ, କୁଳ ସମାଜର କର୍ମକର୍ତ୍ତା ଓ ତହସିଲଦାରଙ୍କ ପରିବାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକରେ କୁଳରେ ଅତିରିକ୍ତ ତହସିଲଦାରଙ୍କ ପରିବାର ମିଳମିଶି ଚଳିବେ ବୋଲି ସହମତି ହୋଇଛନ୍ତି।