ବିରିଗୁଡାର ଦିଆଲି ପର୍ବରେ ଯୋଗ ଦେଇ ନାଚିଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ବିରିଗୁଡା ରେ ପାରମ୍ପରିକ ଦିଆଲି ପର୍ବରେ ଯୋଗଦେଇଥିଲେ ଏହି ଅବସର ରେ ସେ ଗ୍ରାମଦେବୀ ଦେବତା ଙ୍କ ନିକଟରେ ଅଞ୍ଚଳ ବାସୀଙ୍କ ଶୁଭ ମନାସି ପୂଜାର୍ଚନା କରିଥିଲେ, ପରେ ଆଦିବାସୀ ବାଜା ର ତାଳେ ତାଳେ ଗ୍ରାମବାସୀଙ୍କଖୁସିରେ ସାମିଲ ହୋଇ ନାଚିଥିଲେ ଏବଂ ବହୁସମୟ ଧରି ଗ୍ରାମ ବାସି ଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ