ସିମୁଳିଆ: ପଲାସପୁର ଗ୍ରାମ ରେ ଖାଲ ରେ ପଡି ଜଣ ଙ୍କର ମୃତ୍ୟୁ, ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି,
କାର ରେ ଯାଉଥିବା ବେଳେ ରାସ୍ତା କଡ଼ ରେ ଥିବା ଖାଲ ରେ ପଡି ଚାଲିଗଲା ଜୀବନ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି lଖଇରା ବ୍ଲକ ଗୋବିନ୍ଦପୁର ପଂଚାୟତ ପଲାସପୁର ଗ୍ରାମ ର ରାମ ଚନ୍ଦ୍ର ନାୟକ ଆଜି ରବିବାର ଅପରାହ୍ନ 3 ଘଟିକା ସମୟରେ କାର ନେଇ ବଜାର ଯାଇ କାମ ସାରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଥିବା ରାସ୍ତା କଡ଼ ରେ ଗାତ ରେ ଭାରସାମ୍ୟ ହରାଇ କାର ସହିତ ପଡି ଯାଇଥିଲା, ଗାତ ରେ ପାଣି ଥିବାରୁ ରାମଚନ୍ଦ୍ର କାର ରୁ ବାହାରକୁ ବାହାରି ପାରିନଥିଲେ ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ଘଟିଛି, ମୃତ୍ୟୁ ଖବର ପାଇ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି l