ଭୋଗରାଇ: ପଞ୍ଚାୟତ ପୋଖରୀରୁ ମାଛ ଓ ଗଛ ଉପାଡ଼ି ନେଲେ ଦୃବୁତ ଫାଣ୍ଡିରେ ୪ ଟି ଅଭିଯୋଗ,ଶ୍ରଦ୍ଧାପୂର ଠାରେ ସରପଞ୍ଚଙ୍କ ପ୍ରତିକ୍ରିୟା
ବିଳମ୍ବିତ ରାତିରେ ପଞ୍ଚାୟତ ପୋଖରୀରୁ ଳକ୍ଷାଧିକ ଟଙ୍କାର ମାଛ ଧରିନେଲେ ଦୁର୍ବୁତ୍ତ । ଆଦିବାସୀ ମହିଳାଙ୍କୁ ଧମକ ଦେଇ ୬୦୦ ରୁ ଅଧିକ ଗଛ ଓପାଡି ନେଲେ । ଫାଣ୍ଡିରେ ୪ ଟି ଅଭିଯୋଗ । ବାଲେଶ୍ୱର ଜ଼ିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଶ୍ରଦ୍ଧପୁର ଗ୍ରାମପଂଚୟତର ୧ ନଂ ୱାର୍ଡ ଅନ୍ତର୍ଗତ ବଡଡିହ ସଂଂଲଗ୍ନ ପଞ୍ଚାୟତ ମାଛ ପୋଖରୀରୁ କେତେକ ଦୁର୍ବୁତ୍ତ ବିଳମ୍ବିତ ରାତ୍ରିରେ ଉକ୍ତ ପୋଖରୀରୁ ଲକ୍ଷାଧିକ ଟଙ୍କାର ମାଛ ଧରିନେବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବଡଡିହରେ ଗ୍ରାମପଂଚାୟତ ତରଫରୁ ୬୦୦ରୁ ଅଧିକଗଛ ଲଗାଯାଇଥିବା ବେଳେ ତାହାକୁ ମଧ୍ୟ ଉପାଡି ନେଇଛନ୍ତି