ରିଆମାଳ ବନାଞ୍ଚଳ ରେଙ୍ଗାଲବେଡା ସେକ୍ସନ ବୁଢିଦୋ ବିଟ୍ ଅନ୍ତର୍ଗତ ମଧୁପାଲି ନିକଟରେ ରବିବାର ରାତି ହାତୀ ଉପଦ୍ରବ ଦେଖାଦେଇଛି। ରାତି ୧ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ଉକ୍ତ ହାତୀ ପଲରେ ୨ ଟି ଦନ୍ତା ହାତୀ, ୧୨ ଟି ମାଈ ହାତୀ ଏବଂ ୧୩ ଟି ହାତୀ ଶାବକ ରହିଥିବା ଜଣାପଡିଛି । ରାତିରେ ନିକଟ ଜଙ୍ଗଲରୁ ହାତୀ ପଲ ବାହାରି ଆସି ଗାଁ ମୁହାଁ ହେଉଛନ୍ତି । ଉକ୍ତ ଅଂଚଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଛି ।