ବନ୍ତଳା (ଡିଗ୍ରୀ) ଉଚ୍ଚତର ଶିକ୍ଷା ମହାବିଦ୍ୟାଳୟ, ପରିସରରେ ସୋମବାର ୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅନୁଗୋଳ ଉପଜିଲାପାଳ ତଥା କଲେଜ ସଭାପତି ମାୟାଧର ବେହେରା ଯୋଗ ଦେଇଥିଲେ। ପ୍ରଥମେ ମହାବିଦ୍ୟାଳୟର ଉଦ୍ୟାନ ନବୀକରଣ, ମହାପୁରୁଷ ଗୋଦାବରୀଶ ମିଶ୍ର,କଲେଜ ପ୍ରତିଷ୍ଠାତା ବଂଶିଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଆଲୋକିକରଣ ପାଇଁ ବିଧାୟକ ଉନ୍ନୟନ ପାଣ୍ଠିରୁ ୧୬ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହେବାକୁ ଅନୁମୋଦିତ ପ୍ରକଳ୍ପକୁ