ଆଜି ଫେବୃୟାରୀ 2 ତାରିଖ ସନ୍ଧ୍ୟା 5:30 ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ହାବୁଡ଼ରେ ପଡିଛି ଏହି ନିଶାଖୋର ଚାଳକ। ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚାଳନା କରିବା ଅଭିଯୋଗରେ ସେ ଗିରଫ ହୋଇଛି। ଧରୁଆ ଡିହି ରେଳ ଫାଟକ ନିକଟରୁ ଗିରଫ ହୋଇଛି। ଏ ନେଇ ଧରୁଆଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ବର-32 ରେ ଏକ ମାମଲା ରୁଜ୍ଜୁ କରି ଦଫା 281 BNS/185 MV Act ଲଗାଇଛି। ତେବେ ମଦ୍ୟପ ଚାଳକ ହେଲା - ତପନ ପଧାନ ଓ ତା ଘର ଢେଙ୍କାନାଳ। ସେ OD -05 CF -6910 ନମ୍ବର ବିଶିଷ୍ଟ ଏକ ଅଶୋକ ଲେ ଲେଣ୍ଡ ଟ୍ରକରେ ବିଦ୍ୟୁତ କେବଲ ନେଇ ସମ୍ବଲପୁର ଯାଉଥିବା ବେଳେ ଧରା ପଡ଼ିଛି।