ଝାରସୁଗୁଡା: ବେଲପାହାଡ ଷ୍ଟେସନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ବାଣିଜ୍ୟ ମେଳାରେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଯୋଗ ଦେଲେ
ଝାରସୁଗୁଡା ଜିଲ୍ଲା ବେଲପାହାଡ ଷ୍ଟେସନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ବାଣିଜ୍ୟ ମେଳାରେ ଆଜି ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଯୋଗ ଦେଇଥିଲେ l ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଆଜି ମଙ୍ଗଳବାର ରାତି ୯ ଟା ରେ ବେଲପାହାଡ ଷ୍ଟେସନ ପୂଜା କମିଟି ପକ୍ଷରୁ ଆୟୋଜିତ ବାଣିଜ୍ୟ ମେଳାରେ ଯୋଗଦେଇ ବିଭିନ୍ନ ଷ୍ଟଲ ବୁଲିବା ସହ ଆୟୋଜକ କମିଟି ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l ୧୯୯୯ ମସିହା ରେ ଏହି ବାଣିଜ୍ୟ ମେଳା ଆରମ୍ଭ ହୋଇଥିବାବେଳେ ଏହା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ବୋଲି ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ପ୍ରକାଶ କରିଛନ୍ତି l