୬୧ତମ ମହାବୀର ମହୋତ୍ସବର ତୃତୀୟ ଦିବସ ପୂର୍ବାହ୍ନରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କ୍ଵିଜ ପ୍ରତିଯୋଗିତା ପରେ ମଧ୍ୟାହ୍ନରେ ମହିଳାଙ୍କୁ ନେଇ କ୍ଷୁଦ୍ର କବିତା ଓ ଗଳ୍ପ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ନରେ ୯ରୁ ୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିବସର ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି କୃଷ୍ଣାବତାର ଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିଣ୍ଟୁ ପ୍ରସାଦ ନାଏକ ଯୋଗ ଦେଇଥିଲେ।