ଆଜି ଜାନୁଆରୀ 31 ତାରିଖ ମଧ୍ୟରାତ୍ରୀରେ ଘଟିଛି ଏହି ଘଟଣା। ତେବେ ସଦର ପୋଲିସ ପଞ୍ଚ ମହଲା ନିକଟରୁ ରାତି 3 ଟା ପାଖାପାଖି ସମୟରେ ଏହି ଗୋ ଚାଲାଣ ଗାଡ଼ିକୁ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଗାଡ଼ିର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି। ସଦର ପୋଲିସ ଗୋ ଚାଲାଣ କରୁଥିବା ଗାଡ଼ି UP -80 CT -5750 କୁ ଜବତ କରିବା ସହଗାଡ଼ିରେ ଭର୍ତ୍ତି ହୋଇଥିବା 25 ଗୋଟି ବଳଦଙ୍କୁ ଉଦ୍ଧାର କରି ଥାନା ପରିସରକୁ ନେଇଛି। ସୂଚନା ଅନୁସାରେ ଏହି ଗାଡ଼ି ମସ୍ନିକାନି ଟୋଲ ଗେଟରେ ଏକ ଗେଟ ଭାଙ୍ଗି ସୁନ୍ଦରଗଡ ମୁହାଁ ହୋଇଥିଲା। ତେବେ ଏହି ଖବର ପାଇ ସନ୍ଦେହରେ ବଜରଙ୍ଗ ଦଳ