ସମ୍ବଲପୁର ସାର୍ବଜନୀନ ପାଠାଗାରରେ ଆୟୋଜିତ ଡ଼. ଗିରିଧାରୀ ହୋତା କୃତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ପ୍ରଫେସର ଆଦିତ୍ଯପ୍ରସାଦ ପାଢ଼ି ମୁଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ। ଭଲ ବହିଟିଏ ସବୁବେଳେ ସମାଜକୁ ସୁସ୍ଥ ଓ ମଣିଷକୁ ମାନବିକତା ସମ୍ପଦରେ ଧନୀ କରିବାପାଇଁ ଉପାଦାନ ଦେଇଥାଏ। ସମର୍ପିତ ଶିକ୍ଷାବିତ୍ ଡ଼. ଗିରିଧାରୀ ହୋତାଙ୍କ "ଆଚାରେ ଉଦାରେଚ" ଓ "Multilingual Education" ବହିଦ୍ବୟ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷାୟତନ ପାଇଁ ଏଭଳି ଉପାଦାନ ଦେବ ବୋଲି ପୁସ୍ତକ ଦ୍ବୟର ଉନ୍ମୋଚନରେ ଅତିଥି ଗଣ ବିଚାର ରଖିଥିଲେ।