ସମ୍ବଲପୁର ଜିଲାର ଫୁଟବଲ ଖେଳାଳି ରାହୁଲ ଓରାମ ଆଗାମୀ ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାରେ ଓଡିଶା ଦଳ ପକ୍ଷରୁ ଖେଳିବେ । ଆଗାମୀ ଦିନରେ ସନ୍ତୋଷ ଟ୍ରଫି ଜାତୀୟ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଆସାମରେ ଆୟୋଜିତ ହେବ । ପ୍ରଥମ ରାଉଣ୍ଡରେ ଓଡିଶା ଦଳ ୩ଟି ମ୍ୟାଚ ଜିଣି ଦ୍ୱିତୀୟ ରାଉଣ୍ଡକୁ ଯାଇଛି । ସମ୍ବଲପୁର ଜିଲା ଦଳ ପକ୍ଷରୁ ଖେଳୁଥିବା ସମ୍ବଲପୁର ସାକ୍ଷୀପଡା (କୁରେଇଟୋଲ) ର ରାହୁଲ ଓରାମ ପୁର୍ବ ବର୍ଷ ମଧ୍ୟ ସନ୍ତୋଷ ଟ୍ରଫି ମ୍ୟାଚରେ ଓଡିଶା ଦଳ ପକ୍ଷରୁ ଖେଳିଥିଲେ । ଏଥି ସହ ସାହାଣୀ କପ ଫୁଟବଲ ସମେତ ଅନେକ ଜିଲା ଓ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତ