ଧର୍ମଶାଳା: କାଳୀ ପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁରରେ ଫ୍ଲାଗ ମାର୍ଚ୍ଚ
କାଳୀ ପୂଜା ଓ ଲକ୍ଷ୍ମନାରାୟଣ ପୂଜା ପାଇଁ ଯାଜପୁର ସହର ଚଳଚଞ୍ଚଳ ହୋଇପଡିଛି । ସମସ୍ତ ମେଢ଼ର କର୍ମକର୍ତ୍ତାମାନେ ପୂଜାକୁ ସରସ ସୁନ୍ଦର ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ ଓ ଅନ୍ୟାନ୍ୟ ସାଜସଜାରେ ଆଗ୍ରହ ପ୍ରକାଶ କରିଛନ୍ତି। ଯାଜପୁର ସହରରେ କାଳୀପୂଜା ଏକ ଗଣପର୍ବ ହୋଇଥିବାରୁ ଯାଜପୁର ଏବଂ ପଡୋଶୀ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଅନେକ ଶ୍ରଦ୍ଧାଳୁ ତଥା ଦର୍ଶକ ପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଯାଜପୁରକୁ ଆସିଥାନ୍ତି।