ଖରିଆର: ସିନାପାଲି ଠାରେ ସିନାପାଲି ଗଙ୍ଗାଧର ସାରସ୍ବତ ସମିତିର କାଶତଣ୍ତି କବିତା ପାଠୋତ୍ସବ ଅନୁଷ୍ଠିତ
ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ "କାଶତଣ୍ତି" ଶୀର୍ଷକ କବିତା ପାଠୋତ୍ସବ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କବୟିତ୍ରୀ ଶାଶ୍ବତୀ ହୋତା, କବି ଗୌତମ ମେହେର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ପ୍ରେମାନନ୍ଦ ମେହେର, ମନୋଜ ଜଗତ, ସାମ୍ବାଦିକ କୁନାଲ ଚରଣ ବେହେରା, ବାପିନା ସାହୁ, କୃଷ୍ଣବଲ୍ଲଭ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାଶତଣ୍ତି ସହ ମାଁ ଦୁର୍ଗା ଓ ସାହିତ୍ଯର ନିବିଡ଼ ସଂପର୍କ ପ୍ରସଙ୍ଗ କବିତ ଗୁଡିକର ଉପସ୍ଥାପନା ହୋଇଥିଲା।