ଆଜି ସମ୍ବଲପୁର ଜ଼ିଲ୍ଲାପାଳଙ୍କୁ ଡ୍ରନ ନିର୍ମାଣ କରିଥିବା ଜଣେ ଛାତ୍ର ସାକ୍ଷାତ କରିଥିଲେ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ ଜଣେ ଛାତ୍ର ନୂତନ ଜ୍ଞାନ କୌଶଳ ଡ୍ରନ ନିର୍ମାଣ କରିଛନ୍ତି l ଯାହାକୁ ଟ୍ରାଫିକ କଣ୍ଟ୍ରୋଲ ରେ ଲଗା ଯାଇ ପାରିଲେ ଲୋକେ ଅଯଥା ଭିଡ଼ ରୁ ବଞ୍ଚି ଯିବେ l ଜ଼ିଲ୍ଲାପାଳ ଡ୍ରନ କୁ ଦେଖିବା ପରେ ଏହା କିପରି କାର୍ଯ୍ୟ କରୁଛି ଏହାର ଅନୁଧ୍ୟାନ କରାଯିବ ବୋଲି ଛାତ୍ର ଜଣକୁ କହିଛନ୍ତି l ଯଦି ଏହା ପ୍ରଶାସନ ର କୌଣସି ବି କାମରେ ଲାଗିବ ତାହେଲେ ଏନେଇ ସରକାର କୁ ଏ ବିଷୟରେ ଜଣାଇବେ ବୋଲି ଜ଼ିଲ୍ଲାପାଳ କହିଥିଲେ l